
ଆମର ଏହି ମନ ଗୋଟିଏ ଏଭଳି ସୂକ୍ଷ୍ମ ଯନ୍ତ୍ର ଯାହାକି ନିରବଚ୍ଛିନ୍ନ ଭାବରେ ଚିନ୍ତା ଉତ୍ପନ୍ନ କରିଚାଲିଥାଏ। ଯଦି ଆମେ ମନର ଏହି ଶକ୍ତିକୁ ଠିକ୍ ମାର୍ଗରେ ଉପଯୋଗ କରିପାରିବା, ତେବେ ଆମେ ଆମର ଜୀବନକୁ ସମ୍ପୁର୍ଣ୍ଣ ଭାବରେ ରୂପାନ୍ତରିତ କରି ଲକ୍ଷ୍ୟ ପ୍ରାପ୍ତ କରିପାରିବା। ସାଧାରଣତଃ ସହଜାତ ପ୍ରବୃତ୍ତିରେ ଆମେ କ୍ରୋଧ, ଲୋଭ, କାମନା , ଘୃଣା, ଈର୍ଷା ଇତ୍ୟାଦି ର୍ଦୁର୍ଗୁଣରୁ ବିରତ ରହିଥାଉ। ଏହିସବୁ ର୍ଦୁର୍ଗୁଣ ଆମ ଆତ୍ମାର ପ୍ରକୃତିର ବିରୁଦ୍ଧ। ଅନ୍ୟ ପକ୍ଷରେ ଆତ୍ମୋନ୍ନତି କାମନା କରିବା, ଆମର ଜୀବନଶୈଳୀକୁ ସକାରାତ୍ମକ ମାର୍ଗରେ ରୂପାନ୍ତରିତ କରି ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତ ହେବା ହିଁ ପ୍ରତ୍ୟେକ ଜୀବର ସ୍ୱାଭାବିକ ପ୍ରକୃତି। ଆମ ପାଖରେ ଜୀବନକୁ ସକାରାତ୍ମକ ମାର୍ଗରେ ରୂପାନ୍ତରିତ କରିବାପାଇଁ ସ୍ୱାଭାବିକ ପ୍ରକ୍ରିୟାର ସୁଯୋଗ ଅଛି। ଏବେ ଏହାକୁ ଏକ ଆକର୍ଷଣୀୟ ଗଳ୍ପ ମାଧ୍ୟମରେ ଵୁଝିନେଵା।
ଜ୍ଞାନ ସମ୍ବନ୍ଧୀୟ କିଛି ପୁସ୍ତକ ପାଠ କରିବା ପରେ ଗୋଟିଏ ଲୋକ ମନରେ ଆତ୍ମୋନତ୍ତି ଏବଂ ସ୍ଵୟଂ କଲ୍ୟାଣ ର ଦୃଢ଼ ଇଚ୍ଛା ଜାଗ୍ରତ ହେଲା ।ବର୍ତ୍ତମାନ ଏହି ନୂତନ ପ୍ରେରଣା ଦ୍ଵାରା ପ୍ରତିଦିନ ପ୍ରାତଃ କାଳରେ ଆଧ୍ୟାତ୍ମିକ ଅଭ୍ୟାସ ନିମନ୍ତେ ପ୍ରାତଃ ୪:୦୦ ସମୟରେ ଆଲାର୍ମ ସ୍ଥିର କରି ଶୋଇଗଲା। ପ୍ରାତଃ ସମୟରେ ଆଲାର୍ମ ବାଜିବା କ୍ଷଣି ସେ ଜାଗ୍ରତ ହୋଇ ତାକୁ ବନ୍ଦ କରି ବିସ୍ମିତ ସହକାରେ ପ୍ରଶ୍ନ କଲା ” କିଏ ମୋ ଶୟନରେ ବ୍ୟାଘାତ କଲା ? ” ଏହା କହି ସେ ପୁନଶ୍ଚ ଶୋଇଗଲା।
ପରବର୍ତ୍ତୀ ସମୟରେ ସେ ଜାଗ୍ରତ ହେବା କ୍ଷଣି ଦେଖିଲା ସମୟ ପ୍ରାତଃ ୮:୦୦। ହତୋତ୍ସାହିତ ହୋଇ ଭାବିଲା ” ଓଃ!! ଏ କଣ! ମୁଁ ଏତେ ବିଳମ୍ବରେ ଉଠିଛି; ପ୍ରାତଃ ସମୟ ଆଧ୍ୟାତ୍ମିକ ଅଭ୍ୟାସ ନିମନ୍ତେ ମୁଁ ସଂକଳ୍ପ କରିଥିଲି। ଯଦି ମୁଁ ଏମିତି ଅଳସୁଆ ହେବି ତେବେ କିପରି ମୋ ଜୀବନ ପରିବର୍ତ୍ତନ କରିପାରିବି ? “। ସେ ତାର ଏହି କାର୍ଯ୍ୟ ପାଇଁ ଗଭୀର ଅନୁତାପ କଲା। ଏହି ଚିନ୍ତାର ପରିଣାମ ସ୍ବରୂପ ତାର ହୃଦୟରେ ପରିବର୍ତ୍ତନ ଦେଖାଦେଲା।
ସେହି ରାତିରେ ସେ ପୁନଶ୍ଚ ପ୍ରାତଃ ୪:୦୦ ସମୟରେ ଆଲାର୍ମ ଲଗାଇ ଶୋଇଲା। ଆଲାର୍ମ ବାଜିବା କ୍ଷଣି ପୁରୁଣା ଅଭ୍ୟାସ ବଶତଃ ତାକୁ ବନ୍ଦ କରି ଆଶ୍ଚର୍ଯ୍ୟର ସହିତ ନିଜକୁ ପ୍ରଶ୍ନ କଲା ” ଏ କଣ?” ଏବଂ ପୁନଶ୍ଚ ଶୋଇଗଲା।
ତେବେ ପ୍ରାତଃ ୪:୦୦ ସମୟରେ, କେହି ଜଣେ ତାର ଘର କବାଟରେ ଆଘାତ କରି କହିଲା- ” ଦ୍ଵାର ଖୋଲ ” ବର୍ତ୍ତମାନ ସେହି ଶବ୍ଦକୁ ବନ୍ଦ କରିବା ପାଇଁ ତାପାଖରେ କୌଣସି ଚାରା ନଥିଲା। ଦ୍ଵାର ଖୋଲିବା ପରେ ସେ ଦେଖିଲା କଳା ଟୋପି ପିନ୍ଧିଥିବା ଏକ ଅସୁନ୍ଦର, ଅଦ୍ଭୁତ ମଣିଷ ଯାହାର ଆଖି ନାଲି, ଶିଙ୍ଗ ଧଳା, ପଛ ପଟେ ଗୋଟିଏ ଛୋଟ ଲାଞ୍ଜ ଏବଂ ହାତରେ ଗୋଟିଏ ତ୍ରିଶୂଳ। ସେହି ଲୋକ କହିଲା, ” ତୁମେ ୪:୦୦ ରେ ଆଲାର୍ମ ଲଗାଇଥିଲ। ବର୍ତ୍ତମାନ ୪:୦୫ । ଉଠିଯାଅ ! ”
ସେହି ଅଦ୍ଭୁତ ଲୋକର ଉପଦେଶ ଶୁଣିବା ପରେ ସେ କହିଲା, ” ଧନ୍ୟବାଦ୍। ଆପଣ ମୋର ହିତୈଷୀ। କିନ୍ତୁ ମୋର ୪:୦୦ ରେ ଉଠିବା ବିଷୟରେ ଆପଣ କିପରି ଜାଣିବାକୁ ପାଇଲେ ? ଆପଣ କିଏ ?”
ସେହି ଅସୁନ୍ଦର ଲୋକଟି କହିଲା, ” ମୁଁ ପାପ ପୁରୁଷ, ପାପାତ୍ମା।”
ଆଶ୍ଚର୍ଯ୍ୟର ସହିତ ଲୋକଟି ପ୍ରଶ୍ନ କଲା, “ସତରେ ? ତୁମେ ସେହିଭଳି ଦେଖାଯାଉଛ। କିନ୍ତୁ ଯଦି ତୁମେ ପାପ ପୁରୁଷ, ତୁମେ ମୋତେ ଉଠେଇବା ପାଇଁ କାହିଁକି ଚାହୁଁଛ ? ମୋର ଏହିଭଳି ଶୋଇବା ହିଁ ତୁମର ଲକ୍ଷ୍ୟ ହେବା ଉଚିତ୍ “।
ସଜାଗ ହୋଇ ସେହି ଅଦ୍ଭୁତ ଲୋକଟି କହିଲା, ” ତୁମେ ଜାଣ, ଗତ କାଲି ଯେତେବେଳେ ତୁମେ ଠିକ୍ ସମୟରେ ଉଠିଲନି, ଏବଂ ତା ପାଇଁ ତୁମେ ବହୁତ ଅନୁତାପ କଲ। ତୁମର ଏଭଳି ଗଭୀର ଅନୁଶୋଚନା ଜାଗ୍ରତ ହେଲା ଯେ ତୁମ ହୃଦୟରୁ ମୋର ପରିବାରର ସମସ୍ତ ଲୋକ ମରିଗଲେ। ବର୍ତମାନ ମୁଁ ଚିନ୍ତିତ ଯେ ଯଦି ତୁମେ ପୁନଶ୍ଚ ଆଜି ଠିକ୍ ସମୟରେ ନ ଉଠିବ, ତେବେ ତୁମ ମନରେ ପୁଣିଥରେ ଅନୁଶୋଚନା ଉତ୍ପନ୍ନ ହେବ, ଏବଂ ମୁଁ ମଧ୍ୟ ତୁମ ହୃଦୟରେ ରହିବା ପାଇଁ ସ୍ଥାନ ପାଇବି ନାହିଁ ! ”
ଏଣୁ, ଏହି କାହାଣୀରୁ ଚିନ୍ତନ ଶକ୍ତି ର ଗୁରୁତ୍ବ ବୁଝିହୁଏ। ଯେତେବେଳେ ଆମେ ଏହି ଶକ୍ତିର ବୃଦ୍ଧି କରିବା ଏବଂ ଏହାକୁ ଉଚିତ୍ ମାର୍ଗରେ ବିନିଯୋଗ କରିବା, ସେତେବେଳେ ଆମେ ଆମର ଜୀବନକୁ ଅତି ଉନ୍ନତ କରିପାରିବା ଏବଂ ଜୀବନରେ ଉଚ୍ଚତର ଗତି ଲାଭ କରିପାରିବା। ଅପରପକ୍ଷରେ, ଯଦି ଆମେ ଏହାର ଦୁରୁପଯୋଗ କରିବା, ଏହାକୁ ଆୟତ୍ତ ନ କରିବା, ତେବେ ଆମକୁ ଅଜ୍ଞାନ, ଅନ୍ଧକାର ଆଡ଼କୁ ଟାଣି ନେବା ପାଇଁ ଏହାର ଯଥେଷ୍ଟ ସାମର୍ଥ୍ୟ ରହିଛି।
ଏହି ଏକୋଇଶି ଦିନର ସୋପାନ ରେ ଆମେ ଜ୍ଞାନର ୨୧ ଟି ରତ୍ନ ବିଷୟରେ ଆଲୋଚନା କରିବା ଏବଂ ବୁଝିବାକୁ ଚେଷ୍ଟା କରିବା ଜୀବନ ରୂପାନ୍ତରଣର ୨୧ ଟି ମାର୍ଗ। ଯଦି ଆମେ ଏହି ମାର୍ଗ ଗୁଡ଼ିକୁ ଉପଯୋଗ କରିବା, ତେବେ ଆମ ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ, ଆମେ ସର୍ବୋତ୍ତମ ସର୍ବୋତ୍କୃଷ୍ଟ କାର୍ଯ୍ୟ କରିବା ପାଇଁ ସମର୍ଥ ହେବା ଏବଂ ଯାହା ଅନୁଭବ କରିବା ସର୍ବୋତ୍ତମ ହିଁ ଅନୁଭବ କରିବା।
ଏହି କ୍ରମରେ ଜୀବନ ରୂପାନ୍ତରଣ ର ଆହ୍ବାନ ପାଇଁ, ପ୍ରଥମ ଦିନରେ ଗୋଟିଏ ଆଧ୍ୟାତ୍ମିକ ଦିନଲିପି ଆରମ୍ଭ କରିବା। ଆମର ସଂକଳ୍ପ ଗୁଡ଼ିକୁ ଲିପିବଦ୍ଧ କରିବା। ପ୍ରାତଃ କାଳରେ ଶଯ୍ୟା ତ୍ୟାଗ ପରେ ବାରମ୍ବାର ମନ ଭିତରେ ଚିନ୍ତନ କରିବା। ଦିନ ସାରା ସେସବୁକୁ ଅଭ୍ୟାସ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା ଏବଂ ରାତିରେ ବିଶ୍ରାମ ସମୟରେ ପୁଣି ଥରେ ବିଶ୍ଳେଷଣ କରିବା ଏବଂ ଆମେ କାର୍ଯ୍ୟରେ କେତେ ଅଗ୍ରଗତି କରିଛେ ତାର ଅନ୍ତର୍ଦର୍ଶନ କରିବା।
ଏହା ଏକ ୨୧ ଦିନ ର ଆହ୍ବାନ । ଆଜି ପାଇଁ ମୁଁ ଏହି ଉପଦେଶ ଦେବା ପାଇଁ ଚାହିଁବି ଯେ: ଆପଣମାନେ ପ୍ରଥମେ ଚିନ୍ତନ ଅବା ଭାବନା ଗୁଡିକର ପରୀକ୍ଷା କରି ସେଗୁଡ଼ିକର ଶକ୍ତି କୁ ଅନୁଧ୍ୟାନ କରନ୍ତୁ । ଦିବ୍ୟ ଆନନ୍ଦ , ଅନନ୍ତ ପ୍ରେମ ଓ ଶାଶ୍ଵତ ଜ୍ଞାନ ପ୍ରାପ୍ତି ପାଇଁ ଉତ୍କଣ୍ଠା କୁ ବଳବତୀ କରିବା ଦିଗରେ ଯଥା ସମ୍ଭବ ଚେଷ୍ଟା କରନ୍ତୁ । କିଛି ଅଗ୍ରଗତି କଲାପରେ ପୂନଃ ଏ ବିଷୟରେ ଆମ୍ଭେମାନେ ଅଧିକ ଆଲୋକପାତ କରିବା ।
ଦିନ-୧ ଆହ୍ବାନ: ଗୋଟିଏ ଆଧ୍ୟାତ୍ମିକ ଦିନଲିପି ଆରମ୍ଭ କରି ଚିନ୍ତା ଏବଂ ସଂକଳ୍ପ ଗୁଡ଼ିକ ସେଥିରେ ଲିପିବଦ୍ଧ କରନ୍ତୁ |
Soul’s Eternal Relationship with God [You are Mine-1]
Krishna is mine and I am Krishna's The heartwarming kirtan, Tum mere the mere ho mere rahoge , written by Jagadguru Kripalu Ji Maharaj, unlocks the pathway for ignorant souls to realize their ...
दुःख का कारण
भगवान ने हमको मानव देह भगवतप्राप्ति के लिए दिया है लेकिन माया के अज्ञान के कारण हमने एक बड़ी गलती ये कर दी कि अपने को आत्मा होते हुए शरीर मान लिया । जिस प्रकार ...
Swami Mukundananda’s Valuable Insights on G20
Swami Mukundananda was invited by Amity University, Gurgaon to deliver a talk on "G20 Presidency--Fostering Peace, Harmony & Hope for a Blissful World" on 6th April, 2023. The program was presided over by ...
Swami Mukundananda Inaugurates the SRCC Business Conclave 2023
Shri Ram College of Commerce (SRCC), one of the finest educational institutions, invited Swami Mukundananda on 12th April 2023, as a keynote speaker for their Annual Management Festival, SRCC Business Conclave in April ...
Swami Mukundananda, Global Spiritual Leader, meets President Smt. Droupadi Murmu
Press Release by JKYog on 10th April 2023. The President of India, Smt. Droupadi Murmu met global spiritual leader and founder of JKYog, Swami Mukundananda at the Rashtrapati Bhavan, New Delhi today. Swami ...
Bhakti Yog Holi Sadhna Shivir: February 2023
The Bhakti Yog Holi Sadhana Shivir was held between the 22nd and 26th of February 2023 at the JKU Banara Campus. Devotees from India and the US flocked together in the serene premises ...