ସ୍ଵାମୀ ମୁକୁନ୍ଦାନନ୍ଦ

ସ୍ୱାମୀ ମୁକୁନ୍ଦାନନ୍ଦ ଭାରତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ।  ସେ ଜଗଦ୍ ଗୁରୁ କୃପାଳୁ ଯୋଗ ପ୍ରଣାଳୀର ପ୍ରତିଷ୍ଠାତା, ଯାହାକି JKYog ଭାବରେ  ଖୁବ୍ ଖ୍ୟାତି ଲାଭ କରିଛି ।  ସ୍ଵାମୀଜୀ ହେଉଛନ୍ତି ଜଣେ ଅନନ୍ୟ ସନ୍ନ୍ୟାସୀ ,  ଯାହାଙ୍କର ଉଚ୍ଚ ମାନ୍ୟତା ପ୍ରାପ୍ତ ଭାରତୀୟ ଅନୁଷ୍ଠାନଗୁଡିକ ଠାରୁ ଭିନ୍ନ ବୈଷୟିକ ଏବଂ ପରିଚାଳନା ପୃଷ୍ଠଭୂମି ରହିଛି, ଯାହା ତାଙ୍କର ଗଭୀର ଆଧ୍ୟାତ୍ମିକ ଜ୍ଞାନକୁ ପରିପୂର୍ଣ୍ଣ କରେ । ସେ ଅଧିକାଂଶ ସମୟ ବିଭିନ୍ନ ଲୋକ-କଲ୍ୟାଣକାରୀ କାର୍ଯ୍ୟରେ ନିଯୁକ୍ତ ରହିବା ସହ ସେମାନଙ୍କୁ ଏକ ସୁସ୍ଥ, ସୁଖୀ ଏବଂ ପରିପୂର୍ଣ୍ଣ ଜୀବନ ନିର୍ମାଣ କରିବାରେ ମାର୍ଗଦର୍ଶନ କରିଥାନ୍ତି । ବର୍ଷର ପ୍ରାୟ ପ୍ରତ୍ୟେକ ଦିନ ତାଙ୍କର ବକ୍ତୃତା, ଯୋଗ ଏବଂ ଧ୍ୟାନ ଶିକ୍ଷା ର କାର୍ଯ୍ୟକ୍ରମ ରହିଥାଏ । ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରୁ ସମୟ ବାହାର କରି ପୁସ୍ତକ ମଧ୍ୟ ଲେଖନ୍ତି, ସିଡି ଓ ଡିଭିଡି ରେକର୍ଡ କରିବା ସହିତ ଏକ ବିଶ୍ୱବ୍ୟାପୀ ଭକ୍ତ ମଣ୍ଡଳୀକୁ ମାର୍ଗଦର୍ଶନ ମଧ୍ୟ କରନ୍ତି ।  ସ୍ଵାମୀଜୀଙ୍କ ଉପସ୍ଥିତି ଏବଂ ମାର୍ଗଦର୍ଶନ ଦ୍ୱାରା ତାଙ୍କ ନିକଟକୁ ଆସୁଥିବା ସମସ୍ତ  ଭଗବତ୍-ପ୍ରେମୀ ଭକ୍ତଜନଙ୍କ ହୃଦୟରେ ଈଶ୍ୱରୀୟ ଦିବ୍ୟ-ପ୍ରେମ-ରସ ବିତରିତ ହୋଇଥାଏ ।

ସ୍ଵାମୀଜୀଙ୍କ ବକ୍ତୃତା ବିନୋଦପୂର୍ଣ୍ଣ, ତର୍କଗୁଡ଼ିକ ଯୁକ୍ତିଯୁକ୍ତ, ଉତ୍ତମ ବର୍ଣ୍ଣନା ଶୈଳୀ ଏବଂ ସର୍ବୋପରି ଏବଂ ତାଙ୍କର ପରାମର୍ଶ ବାସ୍ତବିକ ଜୀବନରେ ଉପଯୋଗୀ ହୋଇଥାଏ ।  ତାଙ୍କର ବକ୍ତୃତା ବହୁତ ଲୋକପ୍ରିୟତା  ପ୍ରାପ୍ତ କରିଛି ଯେଉଁଥିରେ ବିଭିନ୍ନ ବିଷୟ ସମ୍ପର୍କରେ ଯେପରିକି  ମନ ପ୍ରବନ୍ଧନ କଳା, ଯୋଗ ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟ, ଧ୍ୟାନ, ଏବଂ ଆଧ୍ୟାତ୍ମିକତା, ଭଗବାନଙ୍କ ସହ ଆମର ସମ୍ପର୍କର ବିକାଶ, ଦୈନନ୍ଦିନ ଜୀବନ ପାଇଁ ଭଗବଦ୍ ଗୀତା, ପତଞ୍ଜଳି ଯୋଗ ସୂତ୍ର ଭଳି ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ହୋଇଅଛି ।

ପ୍ରାରମ୍ଭିକ ଜୀବନ

ସ୍ୱାମୀ ମୁକୁନ୍ଦାନନ୍ଦ ବିଶ୍ୱ ପ୍ରସିଦ୍ଧ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)  ଦିଲ୍ଲୀରୁ B.Tech ସମାପ୍ତ କରିଥିଲେ ।  ତା’ପରେ ସେ କୋଲକାତାର ସମ୍ମାନିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରୁ ଏମବିଏ ସମାପ୍ତ କରିଥିଲେ ।  ଏହାପରେ ସେ ଭାରତର ଏକ ପ୍ରମୁଖ  ଉଦ୍ୟୋଗ ସହ ଅଳ୍ପ କିଛି ଦିନ କାର୍ଯ୍ୟ କରିଥିଲେ । କିନ୍ତୁ, ବିଶିଷ୍ଟ ବସ୍ତୁ-ଶିକ୍ଷା ଏବଂ ଏକ ସଫଳତା ପୂର୍ଣ୍ଣ କର୍ପୋରେଟ୍ କ୍ୟାରିୟର, ତାଙ୍କ ଜୀବନରେ, ପରମ ସତ୍ୟ ବିଷୟରେ ଜାଣିବାକୁ ଥିବା ତୃଷ୍ଣାକୁ ମେଣ୍ଟାଇ ପାରିନଥିଲା ।  ଈଶ୍ୱରୀୟ ପ୍ରେମ ଏବଂ ଭକ୍ତିର ପ୍ରକୃତି ବିଷୟରେ ଗଭୀର ଭାବରେ ବୁଝିବା ପାଇଁ ତାଙ୍କର ଇଚ୍ଛା, ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ମନକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ବୁଡ଼ାଇ ରଖୁଥିଲା । ଭଗବାନଙ୍କୁ ଜାଣିବାର ଇଚ୍ଛା ତାଙ୍କର ଏତେ ଶକ୍ତିଶାଳୀ ଥିଲା ଯେ, ସେ ନିଜ କ୍ୟାରିଅର୍ ତ୍ୟାଗ କରି ସନ୍ନ୍ୟାସୀ ଭାବରେ ସମଗ୍ର ଭାରତବର୍ଷରେ ଭ୍ରମଣ କରିବାକୁ ଲାଗିଲେ ।

ଇଶ୍ୱରଙ୍କ ଆହ୍ବାନ

୧୯୮୪ ମସିହାରେ, ନିଜର ବୃତ୍ତିଗତ ବୃତ୍ତିକୁ ତ୍ୟାଗ କରି ସେ ଜଣେ ସନ୍ନ୍ୟାସୀ‌‌ର କ୍ରମକୁ ଗ୍ରହଣ କରିଥିଲେ । ସନ୍ନ୍ୟାସୀ ଭାବରେ ସେ ଭାରତର ପ୍ରାୟ ପ୍ରତ୍ୟେକ ସ୍ଥାନ ଭ୍ରମଣ କରିଥିଲେ ।  ଏହି ଭ୍ରମଣ ସମୟରେ ସେ ଭାରତର ବହୁ ମହାନ୍ ସାଧୁମାନଙ୍କ ସଙ୍ଗତି ଲାଭ କରିଥିଲେ, ଅତୀତର ମହାନ ଆଚାର୍ଯ୍ୟମାନଙ୍କ ରଚିତ ପୁସ୍ତକମାନ ପଢିଥିଲେ ଏବଂ ପ୍ରସିଦ୍ଧ ପବିତ୍ର ସ୍ଥାନମାନଙ୍କରେ ରହିଥିଲେ । ପରିଶେଷରେ ତାଙ୍କର ସନ୍ଧାନ ତାଙ୍କୁ ମହାନ୍ ଆଧ୍ୟାତ୍ମିକ ଗୁରୁ ଜଗଦ୍ ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଚରଣ କମଳକୁ ନେଇ ଯାଇଥିଲା ।

ଦିବ୍ୟ ଚେତନା ଆନ୍ଦୋଳନ

ସ୍ୱାମୀଜୀ ପ୍ରଥମେ ତାଙ୍କ ଗୁରୁଙ୍କ ଆଶ୍ରମ ନିକଟରେ ଥିବା ସହରଗୁଡ଼ିକରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ । ପରେ ଶ୍ରୀ ମହାରାଜ୍ ଜୀଙ୍କ ନିର୍ଦ୍ଦେଶରେ ସ୍ୱାମୀଜୀ, ଓଡ଼ିଶା ରାଜ୍ୟରେ ପ୍ରଚାର ଆରମ୍ଭ କରିଥିଲେ ।  ସେଠାରୁ ସେ ଭାରତର ଅନ୍ୟ ଅଞ୍ଚଳ ଯଥା ନୂଆଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଇତ୍ୟାଦି ଏବଂ ଭାରତ ବାହାରେ ନେପାଳ, ସିଙ୍ଗାପୁର, ମାଲେସିଆ ଇତ୍ୟାଦିରେ ଲୋକମାନଙ୍କୁ ଏଯାବତ୍ ମାର୍ଗଦର୍ଶନ କରି ତାଙ୍କ ଜୀବନର ବିସ୍ତୃତ ସମୟ ଅତିବାହିତ କରିଆସୁଛନ୍ତି ।

ଗତ ତିନି ଦଶନ୍ଧି ମଧ୍ୟରେ ସ୍ୱାମୀଜୀ ଭାରତ ଏବଂ ଆମେରିକାର ଅନେକ ସହରରେ ଆଶ୍ରମ, ମନ୍ଦିର ଏବଂ ସତସଙ୍ଗ-କେନ୍ଦ୍ରମାନ ପ୍ରତିଷ୍ଠା କରିଛନ୍ତି । ଜଗଦ୍ ଗୁରୁ କୃପାଳୁ ଯୋଗ ଟ୍ରଷ୍ଟ (JKYog India) ଏହାର ମୁଖ୍ୟାଳୟ ଅଟେ, ଯାହା ଭାରତର ଓଡ଼ିଶାରେ ପ୍ରତିଷ୍ଠିତ ହୋଇଛି । ଆଜି ଏହା ଏକ ନେଚୁରୋପାଥି ହସ୍ପିଟାଲ, ଚାରିଟେବଲ୍ ଚିକିତ୍ସାଳୟ ଏବଂ ନିର୍ମାଣାଧୀନ ଆଗାମୀ ବିଶ୍ୱବିଦ୍ୟାଳୟର ଆୟୋଜନ କରୁଛି ।

ଆମେ ଯେଉଁ ବିଶ୍ୱାସକୁ ମାନୁ, ତାହା ଆଧାରରେ ଆମେ ନିଜକୁ ଏବଂ ସଂସାରକୁ ଦେଖୁ। ବିଶ୍ୱାସ ଉପରକୁ ଉଠାଇପାରେ ଏବଂ ତଳକୁ ଖସାଇ ମଧ୍ୟ ପାରେ ।

ସ୍ୱାମୀ ମୁକୁନ୍ଦାନନ୍ଦ

ସ୍ୱାମୀଜୀଙ୍କର ଆଗାମୀ କାର୍ଯ୍ୟକ୍ରମ

This section will be updated soon

ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ରଚିତ ପୁସ୍ତକ

ମନ ପ୍ରବନ୍ଧନ ବିଜ୍ଞାନ ଶିକ୍ଷା, ସଫଳତା, ସୁଖ ଏବଂ ପୂର୍ଣ୍ଣତା ପାଇଁ ସଠିକ୍ ମାନସିକତା ବିକାଶ କରିବା, ସବୁଠାରୁ ପବିତ୍ର ସନାତନ ବୈଦିକ ଗ୍ରନ୍ଥଗୁଡ଼ିକର ଅର୍ଥ ବୁଝିବା ଏବଂ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକ ପଢି ଯୋଗ ଅଭ୍ୟାସର ମହତ୍ତ୍ବକୁ ହୃଦୟଙ୍ଗମ କରିବା ।