ଯେ. କେ. ୟୋଗ ଇଣ୍ଡିଆ
ଜଗଦ୍ ଗୁରୁ କୃପାଳୁ ଯୋଗ ଟ୍ରଷ୍ଟ (JKYog India) ହେଉଛି ଏକ ସାର୍ବଜନୀନ ଲୋକ କଲ୍ୟାଣକାରୀ ଟ୍ରଷ୍ଟ ଯାହାକି ୧୪ ମାର୍ଚ୍ଚ ୨୦୦୮ ରେ ସ୍ଵାମୀ ମୁକୁନ୍ଦାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ଯାହା ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ(Indian Trust Act), ୧୮୮୨ ଅନୁଯାୟୀ ପଞ୍ଜୀକୃତ ହୋଇଥିଲା । ଉପନିଷଦ୍, ପୁରାଣ, ରାମାୟଣ, ଭଗବଦ୍ ଗୀତା ଇତ୍ୟାଦି ସହିତ ବୈଦିକ ଶାସ୍ତ୍ରର ପ୍ରକୃତ ଜ୍ଞାନ ଦ୍ୱାରା ଏହା ସମାଜର ବ୍ୟାପକ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ସମସ୍ତ ମାନବ ବ୍ୟକ୍ତିତ୍ୱର ଶାରୀରିକ, ଭାବପ୍ରବଣ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବାକୁ ସମ୍ବୋଧିତ କରେ ।
ପ୍ରକଳ୍ପ
ଉଦ୍ଦେଶ୍ୟ
ସଂଯୋଗ ହୁଅନ୍ତୁ


ଜଡିତ ହୁଅନ୍ତୁ
JKYog India ଏକ ସଂପୂର୍ଣ୍ଣ ସମାଜ କଲ୍ୟାଣକାରୀ ଏବଂ ସ୍ଵେଚ୍ଛାସେବୀ ଦ୍ଵାରା ପରିଚାଳିତ ଅଣ-ଲାଭକାରୀ ସଂଗଠନ । ଏହି ସଂଗଠନ ଜରୁରୀ ମନ୍ଦ ଲୋକମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା, ପୋଷାକ ଏବଂ ଖାଦ୍ୟ ସୁବିଧା ଯୋଗାଇଦେବା ଭଳି ବିଭିନ୍ନ ପରୋପକାରୀ କାର୍ଯ୍ୟ କରିଥାଏ । ଶାରୀରିକ ସେବା ସହିତ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଦ୍ୱାରା ବକ୍ତୃତା ଏବଂ ଶିବିର କାର୍ଯ୍ୟକ୍ରମ ଆୟୋଜନ କରି ଶାସ୍ତ୍ର ତଥା ବୈଦିକ ସନାତନ ଧର୍ମର ସନ୍ଥ ମାନଙ୍କ ଦ୍ଵାରା ଦିଆଯାଇଥିବା ପ୍ରକୃତ ଜ୍ଞାନ ବିତରଣ କରିବାକୁ ମଧ୍ୟ ପ୍ରତିବଦ୍ଧ । ଆପଣ ବିଭିନ୍ନ କୌଶଳ ସହିତ ସ୍ୱେଚ୍ଛାସେବୀ ଭାବରେ କିମ୍ବା ସମାଜ ସେବା ଉଦ୍ୟମ ପାଇଁ ଆର୍ଥିକ ସହାୟତା କରି ଏହି ଉତ୍ତମ ସଂଗଠନର ଏକ ଅଂଶ ରୂପେ ଜଡିତ ହୋଇପାରିବେ ।