ଜଗଦ୍ ଗୁରୁ ଶ୍ରୀ କୃପାଳୁଜୀ ମହାରାଜ
ଅନାଦି କାଳରୁ ଭଗବତ-ପ୍ରାପ୍ତ ମହାପୁରୁଷ, ବେଳେ ବେଳେ ମାନବଜାତିର କଲ୍ୟାଣ ପାଇଁ ଧରାପୃଷ୍ଠ କୁ ଅବତରଣ କରିଥାନ୍ତି । ଏପରି ଏକ ମହାପୁରୁଷ ( ଈଶ୍ୱରୀୟ ବ୍ୟକ୍ତି) ଥିଲେ ଜଗଦ୍ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ । ଭକ୍ତମାନେ ତାଙ୍କୁ ସ୍ନେହରେ ମହାରାଜ୍ ଜୀ ଡାକୁଥିଲେ । ମହାରାଜ୍ ଜୀ, ୧୯୨୨ ମସିହା ଶରଦ ପୂର୍ଣ୍ଣିମା ରାତ୍ରିରେ, ଭାରତର ଉତ୍ତରପ୍ରଦେଶ ପ୍ରାନ୍ତରେ, ମନଗଢ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ଜଗଦ୍ ଗୁରୁ ପରମ୍ପରା
“ଜଗଦ୍ ଗୁରୁ” ସନାତନ ଧର୍ମର ଏକ ଆଖ୍ୟା । ପାରମ୍ପାରିକ ଭାବରେ ଈଶ୍ୱରୀୟ ବ୍ୟକ୍ତିତ୍ୱ କିମ୍ବା ସାଧୁସନ୍ଥ ମାନଙ୍କୁ ଏହା ପ୍ରଦାନ କରାଯାଇଥାଏ ଯାହାଙ୍କର ଈଶ୍ୱରୀୟ ପ୍ରେମ ଏବଂ ଜ୍ଞାନର ପ୍ରଭାବ, ସମଗ୍ର ମାନବିକତାକୁ ଆଲୋକିତ କରିଥାଏ । ଏହି ” ଶବ୍ଦର ଅର୍ଥ ହେଉଛି ‘ବ୍ରହ୍ମାଣ୍ଡର ଗୁରୁ’ । ଐତିହାସିକ ଭାବରେ, ଧର୍ମ ପ୍ରତିଷ୍ଠା ତଥା ବୈଦିକ ଚିନ୍ତାଧାରାର ପ୍ରଚାର ପାଇଁ ଜଗଦ୍ ଗୁରୁମାନେ ବିଭିନ୍ନ ଅନୁଷ୍ଠାନ, ବୈଦିକ କର୍ମକାଣ୍ଡ ରୀତିନୀତି ଏବଂ ବଂଶାବଳୀ ପରମ୍ପରା ପ୍ରତିଷ୍ଠା କରିଛନ୍ତି । ସନାତନ ଧର୍ମରେ ପାଞ୍ଚଟି ମୂଳ ଜଗଦଗୁରୁ ହୋଇଛନ୍ତି । ଜଗଦ୍ ଗୁରୁ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ, ଜଗଦ୍ ଗୁରୁ ଶ୍ରୀ ନିମ୍ବାର୍କାଚାର୍ଯ୍ୟ, ଜଗଦ୍ ଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟ, ଜଗଦ୍ ଗୁରୁ ଶ୍ରୀ ମାଧବାଚାର୍ଯ୍ୟ ଏବଂ ଜଗଦ୍ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ।

ଜଗଦ୍ ଗୁରୁ ଆଦି ଶଙ୍କରାଚାର୍ଯ୍ୟ
ଜଗଦ୍ ଗୁରୁ ଆଦି ଶଙ୍କରାଚାର୍ଯ୍ୟ ହେଉଛନ୍ତି ପ୍ରଥମ ମୂଳ ଜାଗଦ୍ ଗୁରୁ ଯିଏ କି ପ୍ରାୟ ୭୦୦ ଖ୍ରୀଷ୍ଟାବ୍ଦରେ କଙ୍ଗୁ ଚେରା ରାଜବଂଶରେ କାଲାଡି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ସେ ଅଦ୍ୱୈତବାଦ ଦର୍ଶନ ବିଷୟରେ ପ୍ରଚାର କରିଥିଲେ । ତାଙ୍କର ମୂଳ ଦର୍ଶନ ଥିଲା ଜ୍ଞାନ-ଯୋଗ, ଯେଉଁଥିରେ ଚରମ ହୃଦୟଙ୍ଗମ ହେଉଛି “ଅହମ୍ ବ୍ରହ୍ମାସ୍ମୀ” ଅର୍ଥାତ୍ “ମୁଁ ବ୍ରହ୍ମ ଅଟେ” । ତାଙ୍କ ମତ ଅନୁସାରେ, ଯଦି ବ୍ରହ୍ମଙ୍କୁ ମହାକାଶ ସହିତ ତୁଳନା କରାଯାଏ ତେବେ ଜୀବ ଏକ ଆବଦ୍ଧ ପାତ୍ର ମଧ୍ୟରେ ଥିବା ବାୟୁ ସଦୃଶ ଅଟେ । ଯେତେବେଳେ ପାତ୍ରଟି ନଷ୍ଟ ହୋଇଯାଏ, ସୀମିତ ବାୟୁ , ମହାକାଶରେ ମିଶ୍ରିତ ହୋଇଯାଏ । ସେହିଭଳି, ଯେତେବେଳେ ଆଭ୍ୟନ୍ତରୀଣ ଆତ୍ମା-ମନ ବିଦ୍ୟମାନ ହେବା ବନ୍ଦ ହୁଏ, ସେତେବେଳେ ଜୀବ ବ୍ରହ୍ମ ହୋଇଯାଏ । କିନ୍ତୁ ଜୀବନର ଶେଷ ଭାଗରେ ସେ ଭକ୍ତି-ଯୋଗର ପଥ ବାଛିଥିଲେ ।

ଜଗଦ୍ ଗୁରୁ ରାମାନୁଜାଚାର୍ଯ୍ୟ
ଜଗଦ୍ ଗୁରୁ ରାମାନୁଜାଚାର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ମୂଳ ଜଗଦ୍ ଗୁରୁ ଯିଏ ୧୦୧୭ ମସିହାରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁର ରେ ଅବତରଣ କରିଥିଲେ । ସେ ବିଶିଷ୍ଟ ଦ୍ୱୈତବାଦ କିମ୍ବା ଯୋଗ୍ୟ ଅଣ-ଦ୍ୱିପାକ୍ଷିକତା କିମ୍ବା ଯୋଗ୍ୟ ମୋନିଜିମର ଦର୍ଶନ ବିଷୟରେ ବର୍ଣ୍ଣନା କରିଥିଲେ । ସେ ଭକ୍ତି-ଯୋଗର ପଥରେ ପହଞ୍ଚି ଶିକ୍ଷା ଦେଇଥିଲେ ଯେ ‘ପ୍ରପତ୍ତି’ କିମ୍ବା କେବଳ ଭଗବାନଙ୍କ ନିକଟରେ ଆତ୍ମ ସମର୍ପଣ କରି ଆତ୍ମାମାନେ ସର୍ବୋଚ୍ଚ ଶାନ୍ତି ପାଇପାରିବେ । ସେ ସମଗ୍ର ଭାରତର ମନ୍ଦିରରେ ଉପଯୁକ୍ତ ଉପାସନା ବ୍ୟବସ୍ଥା ପ୍ରତିଷ୍ଠା କରିଥିଲେ । ସେ ଆଧୁନିକ “ବୈଷ୍ଣବ ପରମ୍ପରା” ର ପ୍ରତିପାଦକ ଥିଲେ ।

ଜଗଦ୍ ଗୁରୁ ନିମ୍ବାର୍କାଚାର୍ଯ୍ୟ
ଜଗଦ୍ ଗୁରୁ ନିମ୍ବାର୍କାଚାର୍ଯ୍ୟ ହେଉଛନ୍ତି ତୃତୀୟ ମୂଳ ଜଗଦ୍ ଗୁରୁ ଯିଏ ସପ୍ତମ ଶତାବ୍ଦୀରେ ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଦ୍ଵୈତ-ଅଦ୍ଵୈତ ବାଦ କିମ୍ବା ଦ୍ଵୈତ୍ୟବାଦୀ ଅଣ-ଦ୍ଵୈତବାଦ କିମ୍ବା ମୋନୋ ଦ୍ଵୈତବାଦ ବିଷୟରେ ବର୍ଣ୍ଣନା କରିଥିଲେ । ତାଙ୍କ କହିବାନୁସାରେ, ଚିତ୍ତ (ଆତ୍ମା) ଏବଂ ଅଚିତ୍ (ସଂସାର) ଉଭୟ ବ୍ରହ୍ମ ଉପରେ ନିର୍ଭରଶୀଳ । ତେଣୁ ସେଠାରେ ଏକତ୍ଵ ଅଛି ଏବଂ କୌଣସି ପାର୍ଥକ୍ୟ ନାହିଁ । କିନ୍ତୁ ସେମାନଙ୍କର ଗୁଣଗୁଡିକ ପରସ୍ପର ବିରୋଧୀ, ତେଣୁ ସେମାନେ ମଧ୍ୟ ଭିନ୍ନ ଅଟନ୍ତି ।ଭଗବାନଙ୍କ ବ୍ୟକ୍ତିଗତ ସ୍ୱରୂପରେ ଭକ୍ତି (ସେବା) ଦ୍ୱାରା ହିଁ ଆତ୍ମା ସର୍ବୋଚ୍ଚ ସୁଖ ଏବଂ ମୁକ୍ତି ପ୍ରାପ୍ତ କରିପାରିବ । ରାଧା-କୃଷ୍ଣଙ୍କ ପ୍ରତି ନିଃସ୍ୱାର୍ଥପର ଭକ୍ତିର ସେ ଉପସ୍ଥାପନ କରିଥିଲେ ।

ଜଗଦ୍ ଗୁରୁ ମାଧବାଚାର୍ଯ୍ୟ
ଜଗଦ୍ ଗୁରୁ ମାଧବାଚାର୍ଯ୍ୟ ଚତୁର୍ଥ ମୂଳ ଜଗଦ୍ ଗୁରୁ ଥିଲେ, ଯିଏ ୧୨୩୮ ଖ୍ରୀଷ୍ଟାବ୍ଦରେ କର୍ଣ୍ଣାଟକର ଉଦୁପି ନିକଟସ୍ଥ ପଜାକାରେ ଜନ୍ମ ହୋଇଥିଲେ । ସେ ଦ୍ୱୈତବାଦ ଦର୍ଶନ ବିଷୟରେ ବର୍ଣ୍ଣନା କରିଥିଲେ । ତାଙ୍କ କହିବାନୁସାରେ, ଭଗବାନଙ୍କ ବ୍ୟକ୍ତିଗତ ସ୍ୱରୂପର ପ୍ରାପ୍ତି ହେଉଛି ସମସ୍ତ ଆତ୍ମାର ମୂଳ ଲକ୍ଷ୍ୟ । ଭଗବତ୍-ପ୍ରାପ୍ତି ଏବଂ ମୁକ୍ତି, କେବଳ ଭକ୍ତି ଦ୍ୱାରା ହିଁ ପ୍ରାପ୍ତ କରାଯାଇପାରିବ । ଆମର ଚିନ୍ତାଧାରାକୁ କ୍ରମାଗତ ଭାବରେ ଭଗବାନଙ୍କ ପ୍ରତି ଅଗ୍ରସର କରାଇବା ଉଚିତ । ଈଶ୍ବରଙ୍କ ନାମ ଏବଂ ଗୁଣ ବିଷୟରେ ଚିନ୍ତା କରିବା, ଶୁଣିବା, ମନେରଖିବା ଏବଂ ପ୍ରଚାର କରିବା ଠାରୁ ବଡ଼ କିଛି ନାହିଁ । ସେ ଅଦ୍ୱୈତବାଦ ଶିକ୍ଷା ବିରୁଦ୍ଧରେ ଭକ୍ତି-ମାର୍ଗ ପ୍ରତିଷ୍ଠା କରିଥିଲେ ।

ଜଗଦ୍ ଗୁରୁତ୍ତମ୍ ଶ୍ରୀ କୃପାଳୁଜୀ ମହାରାଜ
ଜଗଦ୍ ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ହେଉଛନ୍ତି ପଞ୍ଚମ ମୂଳ ଜଗଦ୍ ଗୁରୁ, ଯିଏ ୧୯୨୨ ମସିହାରେ ଉତ୍ତରପ୍ରଦେଶର ଆଲ୍ଲାହାବାଦ ର କୁଣ୍ଡା ଜିଲ୍ଲାରେ ମନଗଢ ନାମକ ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ମହାରାଜ୍ ଜୀଙ୍କ ମତ ଅନୁଯାୟୀ, “ରାଧା କୃଷ୍ଣଙ୍କ ନିଃସ୍ୱାର୍ଥପର ଈଶ୍ୱରୀୟ ପ୍ରେମ ପ୍ରାପ୍ତ କରିବା ପ୍ରତ୍ୟେକ ଆତ୍ମାର ଇଚ୍ଛିତ ଲକ୍ଷ୍ୟ,” । ଶ୍ରୀ ମହାରାଜ୍ ଜୀ ଆମକୁ ଶିକ୍ଷା ଦେଇଛନ୍ତି ଯେ ରାଧା କୃଷ୍ଣ ଈଶ୍ୱରଙ୍କ ସର୍ବୋଚ୍ଚ ‘ସ୍ୱରୂପ’ ଏବଂ ଈଶ୍ୱରୀୟ ପ୍ରେମର ‘ସ୍ୱରୂପ’ ଏବଂ ଅନନ୍ତକାଳରୁ ଆମ ସହିତ ସମ୍ବନ୍ଧିତ । ଶ୍ରୀ ମହାରାଜ୍ ଜୀ, ବିଭିନ୍ନ ଶାସ୍ତ୍ର ମଧ୍ୟରେ ଥିବା ସ୍ପଷ୍ଟ ପ୍ରତିବାଦ ଏବଂ ପୂର୍ବ ଚାରୋଟି ଜଗଦ୍ ଗୁରୁଙ୍କ ଦର୍ଶନ ମଧ୍ୟରେ ଥିବା ପାର୍ଥକ୍ୟ କୁ ପୁନଃସମନ୍ୱିତ କଲେ । ଭଗବାନଙ୍କ ପ୍ରାପ୍ତି ପାଇଁ ସମସ୍ତ ମାର୍ଗ ମଧ୍ୟରେ ଭକ୍ତି ମାର୍ଗ ସର୍ବୋଚ୍ଚ ଅଟେ । ଅନ୍ୟ ପଥଗୁଡ଼ିକ ଭକ୍ତି ଉପରେ ନିର୍ଭରଶୀଳ ଅଟନ୍ତି । କାଶୀ ବିଦ୍ୱତ୍ ପରିଷଦ୍ ର ବିଖ୍ୟାତ ବକ୍ତବ୍ୟରେ, ଶ୍ରୀ ମହାରାଜ୍ ଜୀ ଏପରି ବୈଦିକ ମନ୍ତ୍ରର ଉଦାହରଣ ଦେଇଥିଲେ ଯେ, ସେହି ସଭାରେ ଉପସ୍ଥିତ ଥିବା କୌଣସି ବିଦ୍ୱାନ୍ ସେଗୁଡିକ କେବେ ପଢି ନ ଥିଲେ । ସେମାନେ ସମସ୍ତେ ଏହା ଉପଲବ୍ଧ କରିଲେ ଯେ, ଶ୍ରୀ ମହାରାଜ୍ ଜୀ କେବଳ ୧୦୮ ଉପନିଷଦ୍ ବିଷୟରେ ଜାଣି ନାହାଁନ୍ତି , ଯାହା ବର୍ତ୍ତମାନ ଆମ ସହିତ ଉପଲବ୍ଧ, କିନ୍ତୁ ସେ ଅନ୍ୟ ସମସ୍ତ ଉପନିଷଦ୍ ବିଷୟରେ ସମସ୍ତ ଜ୍ଞାନ ରଖିଛନ୍ତି, ଯାହା ଆଜି ମଧ୍ୟ ପୃଥିବୀରେ ଉପଲବ୍ଧ ନାହିଁ ଏବଂ ତାଙ୍କର ଉଦ୍ଧୃତିର ସ୍ୱଚ୍ଛତା ପ୍ରମାଣିତ କରିଲା ଯେପରି ସମସ୍ତ ଉପନିଷଦ୍ ତାଙ୍କ ବାଣୀ (ବକ୍ତୃତା) ସମୟରେ ତାଙ୍କ ପାଦପଦ୍ମରେ ସେବାରେ ଅଛନ୍ତି । ଶେଷରେ, ବିଦ୍ୱତ୍ ପରିଷଦ୍ ଶ୍ରୀ ମହାରାଜ୍ ଜୀଙ୍କ ନାମ ପୂର୍ବରୁ ଶ୍ରୀ ବିଭୁଷିତ୍ ୧୦୦୮ ଉପାଧି ପ୍ରଦାନ କରିଥିଲେ ।
श्रीमत्पदवाक्यप्रमाणपारावरीण, वेदमार्गप्रतिष्ठापनाचार्य, निखिलदर्शनसमन्वयाचार्य,
सनातनवैदिकधर्मप्रतिष्ठापनसत्संप्रदायपरमाचार्य, भक्तियोगरसावतार, भगवदनंतश्रीविभूषित
१००८ जगदगुरु श्री कृपालुजी महाराज
ଶ୍ରୀମଦ୍-ପଦବାକ୍ୟ-ପ୍ରମାଣ-ପାରାବାରୀଣ, ବେଦମାର୍ଗପ୍ରତିଷ୍ଠାପନାଚାର୍ଯ୍ୟ, ନିଖିଳ-ଦର୍ଶନ-ସମନ୍ୱୟାଚାର୍ଯ୍ୟ,
ସନାତନ ବୈଦିକ ଧର୍ମ ସତ୍-ସମ୍ପ୍ରଦାୟ-ପରମାଚାର୍ଯ୍ୟ, ଭକ୍ତି-ଯୋଗ ରସାବତାର, ଭଗବଦନନ୍ତ ଶ୍ରୀ ବିଭୂଷିତ
୧୦୦୮ ଜଗଦ୍ ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ।

ଜଗଦ୍ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ତାଙ୍କର ବାଲ୍ୟଜୀବନ, ସାଙ୍ଗ-ସାଥିଙ୍କ ସାଥିରେ ଖୁବ୍ ଖେଳ କୁଦ ଏବଂ ମୌଜ ମସ୍ତି କରି ଅତିବାହିତ କରିଥିଲେ । କିନ୍ତୁ ଏହା ସହ ସେ ତାଙ୍କ ଅଧ୍ୟୟନରେ ମଧ୍ୟ ଖୁବ୍ ଗମ୍ଭୀରତା ଏବଂ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିଲେ । ମାତ୍ର ୧୪ ବର୍ଷ ବୟସରେ ସେ ତାଙ୍କର ଉଚ୍ଚ ଶିକ୍ଷା ନିମିତ୍ତ କାଶୀ, ଚିତ୍ରକୁଟ ଏବଂ ଇନ୍ଦୋର ସ୍ଥାନକୁ ଯାତ୍ରା କରିଥିଲେ । ସେ ତାଙ୍କ ଅଧ୍ୟୟନ ସମୟରେ, ମାତ୍ର ଦୁଇ ବର୍ଷ ଓ ଛଅ ମାସ ମଧ୍ୟରେ ସଂସ୍କୃତ, ସାହିତ୍ୟ ଏବଂ ଦର୍ଶନ ଶାସ୍ତ୍ରରେ ନିଜ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ ।
ମାତ୍ର ୧୬ ବର୍ଷ ବୟସରେ ହଠାତ୍ ଶ୍ରୀ ମହାରାଜ୍ ଜୀ ତାଙ୍କ ଅଧ୍ୟୟନ ତ୍ୟାଗ କରି ଚିତ୍ରକୁଟ ର ଘଞ୍ଚ ଅରଣ୍ୟ ମଧ୍ୟରେ ଭ୍ରମଣ କରିବାକୁ ଲାଗିଲେ । ସେଠାରେ ଶ୍ରୀ ମହାରାଜ୍ ଜୀ, ରାଧା-କୃଷ୍ଣ ପ୍ରେମ ଓ ଭକ୍ତି ସାଧନାର ଶ୍ରେଷ୍ଠ ଅବସ୍ଥା ସମାଧି, ମହାଭାବ ଅବସ୍ଥା ରେ ଦିବା-ରାତ୍ର ଅତିବାହିତ କରୁଥିଲେ । ଅଧିକାଂଶ ସମୟରେ ସେ ବାହ୍ୟ-ଜଗତରୁ ଚେତନା ହରାଇ ଅନେକ ଦିନ ପର୍ଯନ୍ତ ବିନା ଖାଦ୍ୟପେୟରେ ଅଗ୍ରସର ହେଉଥିଲେ । ମହାଭାବ, ଭକ୍ତିର ସର୍ବୋଚ୍ଚ ସ୍ତର, ଯେଉଁ ସ୍ତରରେ ସ୍ୱୟଂ ରାଧାରାଣୀ ରୁହନ୍ତି, ସେହି ସ୍ତରରେ ଶ୍ରୀ ମହାରାଜ୍ ଜୀ ବହୁତ ସମୟ ପର୍ଯ୍ୟନ୍ତ ରହୁଥିଲେ । ୫୦୦ ବର୍ଷ ପୂର୍ବେ, ଏହିପରି ଭାବ ଅବସ୍ଥା, ଚୈତନ୍ୟ ମହାପ୍ରଭୁଙ୍କ ଠାରେ ଦେଖାଯାଇଥିଲା । ସର୍ବ ଶେଷରେ ଶ୍ରୀ ମହାରାଜ୍ ଜୀ ତାଙ୍କ ଭକ୍ତିର ଶ୍ରେଷ୍ଠ ଭାବକୁ ନିଜ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ରଖି, ନିଜର ଜୀବନକୁ ଜୀବମାନଙ୍କର କଲ୍ୟାଣ ପାଇଁ, ସେମାନଙ୍କୁ ଈଶ୍ୱରୀୟ ଭକ୍ତି ମାର୍ଗରେ ଅଗ୍ରସର ହେବାରେ ପଥ ପ୍ରଦର୍ଶକ ସାଜିଲେ ।
୧୯୫୭ ମସିହାରେ, ଶ୍ରୀ ମହାରାଜ୍ ଜୀ ଙ୍କୁ ବନାରସରୁ ଆମନ୍ତ୍ରଣ କରାଯାଇଥିଲା, ଯେଉଁଠାରେ କାଶୀ ବିଦ୍ୱତ୍ ପରିଷଦ୍ ର ସମସ୍ତ ବିଦ୍ୱାନ୍ ଙ୍କ ସମ୍ମୁଖରେ ଶ୍ରୀ ମହାରାଜ୍ ଜୀ ଦୀର୍ଘ ୧୦ ଦିନ ଯାଏଁ ଆଧୁନିକ ସଂସ୍କୃତ ଭାଷାରେ ସମସ୍ତ ବୈଦିକ ଜ୍ଞାନର ସମନ୍ୱୟ କରିଥିଲେ । ସଭାରେ ଉପସ୍ଥିତ ଥିବା ସମସ୍ତ ବିଦ୍ୱାନ୍ ଏପରି ମହାନ୍ ପୁରୁଷଙ୍କର ବୈଦିକ ଜ୍ଞାନର ସମନ୍ୱୟ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ ଏବଂ କାଶୀ ବିଦ୍ୱତ୍ ପରିଷଦ୍ ର ସମସ୍ତ ସଦସ୍ୟ ସମ୍ମତ ହୋଇ ଶ୍ରୀ ମହାରାଜ୍ ଜୀ ଙ୍କୁ “ଜଗଦ୍ ଗୁରୁ” ଉପାଧି ଦେବା ସହ ବିଶ୍ଵର ଆଧ୍ୟାତ୍ମିକ ଗୁରୁ ଭାବରେ ନିର୍ଦ୍ଵନ୍ଦ୍ରେ ସ୍ୱୀକାର କରିଲେ ।

ଜଗଦ୍ ଗୁରୁ ଉପାଧି ପ୍ରାପ୍ତ ପରେ ଶ୍ରୀ ମହାରାଜ୍ ଜୀ ଭାରତର ବିଭିନ୍ନ ପ୍ରାନ୍ତରେ ଦୀର୍ଘ ୧୪ ବର୍ଷ ଧରି ଭ୍ରମଣ କରିଥିଲେ । ସେ ପ୍ରତ୍ୟେକ ସହରରେ ମାସ ମାସ ଧରି ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଯେଉଁଥିରେ ସେ ବେଦ, ଉପନିଷଦ୍, ଭଗବଦ୍ ଗୀତା, ରାମାୟଣ, ଭାଗବତ ଏବଂ ଅନ୍ୟାନ୍ୟ ଈଶ୍ୱରୀୟ ଶାସ୍ତ୍ରର ରହସ୍ୟ ଉନ୍ମୋଚନ କରିଥିଲେ । ଏପରି ଜଣେ ଅସାଧାରଣ ବିଦ୍ୱାନ ପଣ୍ଡିତ ଏବଂ ସନ୍ଥଙ୍କ ଦର୍ଶନ ପାଇଁ ସ୍ଥାନଟିରେ ଖୁବ ଭିଡ଼ ହେବାରେ ଲାଗିଥିଲା । ଯାହାଙ୍କର ପ୍ରତ୍ୟେକ ଶବ୍ଦ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶ୍ରୀ ମହାରାଜଜୀଙ୍କ ବକ୍ତୃତା, ଜନସାଧାରଣଙ୍କୁ ହାସ୍ୟରସ ପ୍ରଦାନ କରିବା ସହିତ ସାଂସାରିକ ଉଦାହରଣ, ବାସ୍ତବିକ ଜୀବନରେ ଘଟୁଥିବା ଘଟଣାବଳୀ ଜଡିତ ଥିବା ହେତୁ ସମସ୍ତେ ତାଙ୍କ ବକ୍ତବ୍ୟରେ ଆକର୍ଷିତ ହେଉଥିଲେ । ଏହା ଏକ ବିରଳ ଅନୁଭୂତି ଥିଲା ଯେ, ସେ ଅତ୍ୟନ୍ତ ସରଳ ଭାଷାରେ ଗଭୀର ଶାସ୍ତ୍ରୀୟ ତତ୍ତ୍ୱଗୁଡିକୁ ସମସ୍ତଙ୍କ ସମ୍ମୁଖରେ ଉପଲବ୍ଧ କରାଉ ଥିଲେ । ଏକ ଗୂଢ ବିଷୟ ଗଭୀର ଭାବରେ ଆଲୋଚନା ଏବଂ ପରମ ତତ୍ତ୍ୱର ବର୍ଣ୍ଣନା କରୁଥିବା ସମୟରେ, ଶ୍ରୀ ମହାରାଜ୍ ଜୀଙ୍କ ହୃଦୟସ୍ପର୍ଶୀ ଶବ୍ଦଗୁଡ଼ିକରେ ଏପରି ଦିବ୍ୟ ଶକ୍ତି ଥାଏ ଯେ, ଜଣେ ନାସ୍ତିକର ହୃଦୟ ମଧ୍ୟ ତରଳି ଯାଇଥାଏ ।

ଜଗଦ୍ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ, ଶ୍ରୀ ରାଧା-କୃଷ୍ଣଙ୍କର ଦିବ୍ୟ ଲୀଳାର ଖୁବ୍ ଉତ୍ତମ ଭାବରେ ବିସ୍ତୃତ ବର୍ଣ୍ଣନା କରି ଅନେକ ପୁସ୍ତକ ରଚନା କରିଛନ୍ତି ।ସାଧୁସନ୍ଥଙ୍କ ସମଗ୍ର ଇତିହାସରେ ଶ୍ରୀ ମହାରାଜ୍ ଜୀଙ୍କର ରଚନା ଶୈଳୀ ଅତୁଳନୀୟ, ଅଦ୍ୱିତୀୟ : ପ୍ରଥମେ, ସେ ଏକ ପଦ କିମ୍ବା କୀର୍ତ୍ତନ କରିବା ସମୟରେ ସେଥିରେ ଗୋଟିଏ ଗୋଟିଏ ଧାଡ଼ି ଯୋଗ କରି ଚାଲିଥାନ୍ତି ଏବଂ ଶେଷରେ ତାହା ଏକ ଖୁବ ସୁନ୍ଦର କୀର୍ତ୍ତନର ରୂପ ପାଇଥାଏ । ଶ୍ରୀ ରାଧା-କୃଷ୍ଣ ଭକ୍ତି ସାଗରର ପରିକାଷ୍ଠା ସ୍ୱରୂପ ଶ୍ରୀ କୃପାଳୁ ଜୀ ମହାରାଜ୍ ଜୀଙ୍କର ଏକ ମୁଖ୍ୟ ସୃଷ୍ଟିକୁ “ପ୍ରେମ ରସ ମଦିରା” କିମ୍ବା “ଦିବ୍ୟ ପ୍ରେମର ରସ” ଭାବରେ ନାମିତ କରାଯାଇଛି । ଜଣେ ଭକ୍ତଙ୍କର ଏହି ନାମର ଏକ ଆକ୍ଷରିକ (ଭର୍ବାଟିମ୍) ଅନୁବାଦ ହେଉଛି ଏକ ବୃଥା ପ୍ରୟାସ । ଶ୍ରୀ ମହାରାଜ୍ ଜୀଙ୍କ ଦ୍ୱାରା ଲିଖିତ ପଦ ଏବଂ ସଂକୀର୍ତ୍ତନର ଗଭୀରତା, କବିତ୍ଵର ଉଜ୍ଜ୍ୱଳତା ଏବଂ ମହାନତାକୁ ବର୍ଣ୍ଣନା କରିବାକୁ ଯାଇ, ଶବ୍ଦଗୁଡ଼ିକ କମ୍ ପଡୁଥିବା ପରି ମନେହୁଏ । ତାଙ୍କ ଦ୍ୱାରା ରଚିତ କୀର୍ତ୍ତନ ଗାଇବା ଦ୍ୱାରା ହିଁ ଆମେ ହୃଦୟରୁ ନିର୍ଗତ ଶ୍ରୀ ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମର ପ୍ରକୃତ ଆନନ୍ଦ ପାଇପାରିବା ।
ଶ୍ରୀ ମହାରାଜ୍ ଜୀଙ୍କ ସ୍ୱରଚିତ କୀର୍ତ୍ତନ, ଭକ୍ତି ଭାବର ଗଭୀରତା ପାଇଁ ବିଶ୍ୱ-ପ୍ରସିଦ୍ଧ ଅଟେ, ଯାହାଦ୍ଵାରା ଶ୍ରୀ ମହାରାଜ୍ ଜୀ ସାଧକଙ୍କ ମନ ଏବଂ ହୃଦୟରେ ଚିରଦିନ ପାଇଁ, ଭଗବତ୍-ପ୍ରାପ୍ତି ମାର୍ଗରେ ନିଷ୍କାମ ଭକ୍ତିର ଅଙ୍କୁରୋପଣ କରାଇଥାନ୍ତି । ଯେତେବେଳେ ଶ୍ରୀ ମହାରାଜୀ ପ୍ରାର୍ଥନା ଏବଂ ସାଧନା ହଲ୍ କୁ ପ୍ରବେଶ କରନ୍ତି, ସେତେବେଳେ ସାଧକମାନଙ୍କର କୀର୍ତ୍ତନ୍, ଉଚ୍ଚ ସ୍ୱରରେ ଗାନ ହେବା ପରି ମନେହୁଏ ଯେପରି କି ସାଧନା ହଲ୍ ର ପ୍ରତ୍ୟେକ ଅଂଶ ବିଶେଷ ମଧ୍ୟ ଆନନ୍ଦରେ ଉଲ୍ଲସିତ ହୋଇ ତାଳେ ତାଳେ ନାଚି ଉଠୁଥାଏ । ଏହିପରି ଅଦ୍ଭୁତ କୀର୍ତ୍ତନଗୁଡିକୁ ଗାନ କରିବା ଏବଂ ଏଥିରେ ଅଂଶଗ୍ରହଣ କରିବା ଦ୍ଵାରା, ସାଧକମାନଙ୍କ ମନ ସବୁଠୁ ଆଶ୍ଚର୍ଯ୍ୟାନ୍ୱିତ ଭାବେ ଶ୍ରୀ ରାଧା-କୃଷ୍ଣ ଭକ୍ତିରେ ଖୁବ ଅଗ୍ରଗତି କରିଥାଏ ।